ହଜିଗଲାଣି ମଣିଷ ପଣିଆ : ବିଲରେ ପଶିଗଲା ବୋଲି ଷଣ୍ଢ ଗୋଡ଼ ହାଣିଦେଲା ଚାଷୀ

ମଣିଷ ଭିତରେ ହଜିଗଲାଣି ମଣିଷ ପଣିଆ । ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ଦାରୋଗାଡାହୀ ନିକଟରେ ଥିବା ପୂର୍ଣ୍ଣଚନ୍ଦ୍ରପୁର ସ୍କୁଲ ପରିସରରେ । ସୂଚନା ମୁତାବକ ବାରିପଦା ଠାରୁ ୨୫ କିମି ଦୂର ଖୁଣ୍ଟା ଅଞ୍ଚଳର ବାସିପିଠା ଠାରେ ଜଣେ ଆଦିବାସୀ ଚାଷୀର ଜମିରେ ଷଣ୍ଢଟି ପଶି ଫସଲ ଖାଇ ଯିବାରୁ ଜମିମାଲିକ ଏକ କଟୁରୀରେ ଅତ୍ୟନ୍ତ ନିର୍ମମ ଭାବେ ତାର ପଛ ଗୋଡକୁ ହାଣି ଦେଇଥିଲା । କିଛି ଦିନ ପରେ ଆହତ ଷଣ୍ଢ ସଂପର୍କରେ ଜାଣିବା ପରେ ବାସିପିଠା ଆଶ୍ରମ ସ୍କୁଲ ଶିକ୍ଷୟିତ୍ରୀ ପ୍ରୀତିମୟୀ ପଟ୍ଟନାୟକ ସ୍ଥାନୀୟ ଯୁବକଙ୍କ ସହାୟତାରେ ଆହତ ଷଣ୍ଢର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଦିନକୁ ଦିନ ଖଣ୍ଡିଆ ହୋଇ ଯାଇଥିବା ଗୋଡଟି ଖରାପ ଅବସ୍ଥା ଆଡକୁ ଗତି କରିବାରୁ ସେ ବାରିପଦାର ପଶୁପକ୍ଷୀ ପ୍ରେମୀ ପରିବାର ସହିତ ଯୋଗାଯୋଗ କରିଥିଲେ । ଏହା ପରେ ତାକୁ ବାରିପଦାକୁ ଆଣିବାର ବ୍ୟବସ୍ଥା କରାଯାଇ ବର୍ତ୍ତମାନ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟରେ ତାର ଚିକିତ୍ସା କରା ଯାଉଛି । ତେବେ ଷଣ୍ଢର ଗୋଡଟିକୁ କଟା ଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଭାରତରେ ଗୋମାତାକୁ ପୂଜା କରା ଯାଉଥିବା ବେଳେ ଷଣ୍ଢଟି ଧାନ ବିଲରେ ପଶି ଯିବାରୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ତାକୁ ହାଣି ଦେବା ମଣିଷ ଭିତରୁ ମଣିଷ ପଣିଆ ଅର୍ନ୍ତଧ୍ୟାନ ହୋଇ ଯାଇଥିବା ବେଳେ ପଶୁପଣିଆକୁ ମଣିଷ ଆଦରି ନେଇଛି ବୋଲି କୁହା ଯାଇ ପାରେ ।
Powered by Froala Editor