ସମାଜରୁ ଲିଭିନି ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ନେଇଗଲା ଦୁଇ ଜୀବନ

ବଣାଇ: ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା ଆଜି ଦୁଇ ଜଣଙ୍କ ଜୀବନ ଦୀପକୁ ଲିଭାଇଦେଇଛି । ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ଏବେ ମଧ୍ୟ ଲିଭିପାରିନି ସମାଜରୁ । ଏହି ପରି ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ । ଗୁରୁଣ୍ଡିଆ ଥାନା ର ଲୁହୁରା ସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ଏକ ଅଜଣା ସାପ କାମୁଡିଥିଲା ତାକୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ଅତି ଦୁଃଖଦ ଘଟଣା ଚାନ୍ଦିପୋଷ ଥାନାର ତାମଡା ଗ୍ରାମରେ ଏକ ଶିକ୍ଷୟିତ୍ରୀ ମମତା ପାତ୍ର ଙ୍କୁ ଚିତି ସାପ ବେକରେ ଶୋଇବା ଅବସ୍ଥାରେ କାମୁଡିଥିଲା । ତାକୁ ସେଠାରୁ ତାଙ୍କ ଶ୍ୱଶୁର ଘର ଗୁଣିଆ ପାଖକୁ ନେଇଥିଲେ ପଡୋଶୀ ଯେତେ କହିଲେ ବି ମେଡିକାଲ ପରିବର୍ତେ ଗୁଣିଆ କରାଇଥିଲେ ସେଠାରେ କିଛି ପରିବର୍ତନ ନ ହେବାରୁ ରାଉରକେଲା ଆଇଜିଏଚ ନେଇଥିଲେ ମାତ୍ର ପହଂଚିବା ଆଗରୁ ମୃତ ଜାଣିବା ପରେ ପୁଣି ଗାଁ କୁ ଫେରାଇ ଅନ୍ୟ ଏକ ଗୁଣିଆ ପାଖକୁ ନେଇଥିଲେ । ମାତ୍ର ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା, ଯଦି ଦୁହିଁଙ୍କୁ ମେଡିକାଲ ପହଞ୍ଚିଥିଲେ ଯେ ଉଭୟ ବଞ୍ଚିଥାଇଥାନ୍ତେ ଏଥିରେ ସନ୍ଦେହ ନାହିଁ । ମାତ୍ର ଅନ୍ଧ ବିଶ୍ୱାସ ଯୋଗୁଁ ଦୁଇଟି ଜୀବନ ଚାଲିଗଲା । ଏହା ଯେତିକି ଦୁର୍ଭାଗ୍ୟପୂର୍ଣ୍ଣ ତାଠୁ ବେଶୀ ସରକାରଙ୍କ ଜନସଚେତନତା କିପରି ଗୁରୁଣ୍ଡିଆ ବ୍ଲକ ଅଂଚଳରେ ଲୋକଙ୍କୁ ଜାଗୃତ କରିପାରୁନାହିଁ, ମୃତ ପ୍ରଧାନ ଶିକ୍ଷୟତ୍ରୀ ମମତା ପାତ୍ର ଙ୍କ ମୃତ୍ୟୁ ଖବର ପାଇ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor