ଛୁଟି ନ ମିଳିବାରୁ ଆଖିବୁଜା ଗୁଳି ମାରିଲେ ହେଡ୍କନଷ୍ଟେବଳ, ଏଏସ୍ଆଇ ମୃତ

କୋଲାକତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ ହେଡକନଷ୍ଟେବଳ ଏକେ-୪୭ରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା। ଛୁଟି ନ ମିଳିବାରୁ ସିଆଇଏସଏଫରେ ହେଡ କନଷ୍ଟେବଲ ଭାବେ କାମ କରୁଥିବା ଓଡ଼ିଶାର ଅକ୍ଷୟ ମିଶ୍ର ଆଜି ନିଜର ଉପରିସ୍ଥ ଅଧିକାରୀ ଓ ଆଉ ଜଣେ ସହଯୋଗୀଙ୍କ ଉପରକୁ ଏକେ ୪୭ରୁ ୨୫ରୁ ୩୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଅକ୍ଷୟ ମିଶ୍ରଙ୍କ ଗୁଳିମାଡ଼ରେ ଏସଏସ୍ଆଇ ଆରକେ ଷଡ଼ଙ୍ଗୀ ପ୍ରାଣ ହରାଇଛନ୍ତି। ଏସଆଇ ଷଡ଼ଙ୍ଗୀଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ସିଆଇଏସଏଫ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଅନେକ ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା।

Powered by Froala Editor