ଇଡିରେ ହାଜର ହେଲେ ବର୍ଷା ରାଉତ
‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମନ ପାଇଥିବା ‘ଶିବସେନା’ ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି। ବର୍ଷା ଓ ସଞ୍ଜୟଙ୍କ ଝିଅ ଏବଂ ସଞ୍ଜୟଙ୍କ ଭାଇ ସାନିଲ୍ ରାଉତ ମଧ୍ୟ ତାଙ୍କ ସହିତ ସେଠାକୁ ଯାଇଛନ୍ତି। କିନ୍ତୁ, କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଏ ପର୍ଯ୍ୟନ୍ତ ବର୍ଷା ରାଉତଙ୍କୁ ଜେରା କରିନାହିଁ।
ଏକ ହାଉସିଂ ପ୍ରୋଜେକ୍ଟରେ ଅର୍ଥ ହେରଫେର ମାମଲାରେ ବର୍ଷାଙ୍କୁ ସମନ କରଥିଲା ଇଡି। ସମ୍ପୃକ୍ତ ମାମଲାରେ ତାଙ୍କ ସ୍ୱାମୀ ସଞ୍ଜୟ ରାଉତ ଫସିଥିଲା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଇଡି ପକ୍ଷରୁ ବର୍ଷାଙ୍କ ନାଁ ବାରମ୍ବାର ନିଆଯାଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା କରାଯାଇ ନଥିଲା।
ମୁମ୍ବାଇର ଗୋରେଗାଁଉରେ ଥିବା ପାତ୍ରା ଚାଲ୍ ହାଉସିଂ ବୋର୍ଡ଼ ପ୍ରୋଜେକ୍ଟର ଉନ୍ନୟନରେ ୧୦୦୦ କୋଟି ଟଙ୍କା ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ଅଭିଯୋଗରେ ୪ ମାସ ତଳେ ପ୍ରବର୍ତ୍ତନ ନିର୍ଦେଶାଳୟ ବର୍ଷା ରାଉତ ଏବଂ ସଞ୍ଜୟ ରାଉତଙ୍କ ଦୁଇଜଣ ସହଯୋଗୀଙ୍କର ୧୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ‘ଆଟାଚ୍’ କରିଥିଲା। ‘ଆଟାଚ୍’ ହୋଇଥିବା ସମ୍ପତ୍ତିରେ ବର୍ଷା ରାଉତଙ୍କ ମାଲିକାନାରେ ଦାଦର୍ରେ ଥିବା ଗୋଟିଏ ଫ୍ଲାଟ୍ ବ୍ୟତୀତ ଆଲିବାଗ୍ରେ ୮ଟି ପ୍ଲଟ୍ ରହିଛି। ଏହି ୮ଟି ପ୍ଲଟ୍ ଯୁଗ୍ମ ଭାବେ ବର୍ଷା ରାଉତ ଏବଂ ସ୍ବପ୍ନା ବାଟକର୍ଙ୍କ ମାଲିକାନାରେ ଅଛି।
Powered by Froala Editor