ହାତୀ ଆକ୍ରମଣରେ ମହିଳା ମୃତ
ଆଠଗଡ଼ : ମହିଳାଙ୍କୁ ଦଳିଦେଲା ଦନ୍ତା। କଟକ ଜିଲ୍ଲା ତିଗିରିଆ ବନାଞ୍ଚଳ ଅଚଳକୋଟ ଅରାତଇଲା ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ନିଆଶି ରାଉତ।
ସୂଚନାନୁଯାୟୀ, ଅଚଳକୋଟ ଅରାତଇଲାର ନିଆଶି ରାଉତ ବିଲକୁ ପରିବା ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ନିଆଶିଙ୍କୁ କଚାଡ଼ି ମାରି ଦେଇଛି। ତେବେ ୮ଟି ହାତୀ ଥିବା ଏକ ହାତୀ ପଲ ତିଗିରିଆ ବନାଞ୍ଚଳରେ ବୁଲୁଥିବା ନେଇ ସୂଚନା ମିଳିଛି। ବନ ବିଭାଗ ସେମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛି।
Powered by Froala Editor