ବାରହା ଶୀକାର ବେଳେ ବନ ବିଭାଗର ଚଢ଼ାଉ : ୬ ଶିକାରୀ ଗିରଫ

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧିନ ଗୋଳା ଗାଡିଆ ଗ୍ରାମ ସଂଲଗ୍ନ ମାଙ୍କଡ ଚୁଆ ସରଂକ୍ଷିତ ଜଙ୍ଗଲରେ ବାରହା ଶିକାର ଚାଲିଥିବା ବେଳେ ବନ ବିଭାଗ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୋଳା ଗାଡିଆ ଗ୍ରାମର ଭୋଳେଶ୍ୱର ନାୟକ(୩୦), ଗଦାଧର ନାୟକ (୩୫), ଲୁଲୁ ମୁଣ୍ଡା (୧୯) ଓ ଭୀମକାଣ୍ଡ ଗ୍ରାମର ଭୋଳେଶ୍ୱର ପ୍ରଧାନ (୪୨), ଜଳଧର ବେହେରା (୫୫), ପୂର୍ଣ୍ଣଚନ୍ଦ୍ର ମହାକୁଡ (୪୦) । ବନ ବିଭାଗ ପକ୍ଷରୁ କେସ ନମ୍ବର ୧୫ଟି /୨୦୨୨- ୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ବ୍ୟାପକ ବ୍ୟବହୃତ ସରଞ୍ଜାମ ଜବତ କରିଛି ।
ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ମାଙ୍କଡ ଚୂଆ ସଂରକ୍ଷିତ ଜଙ୍ଗଲ ରେ ସ୍ଥାନୀୟ କିଛି ଶିକାରୀ ବିଦ୍ୟୁତ୍ ଫାସ ବସାଇ ବନ୍ୟଜନ୍ତୁ ଶିକାର କରି ଯାଇଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓ, ବନ ପାଳ କୌଶଲ୍ୟା ମହାନ୍ତ, ଭୂପତି ସେଠୀ, ବନ ରଖି ରଶ୍ମିତା ଶଙ୍ଖୁଆ, ସରୋଜ କୁମାର ପାତ୍ର, ତ୍ରିନାଥ ଜେନା ଓ ବନ୍ୟ ପ୍ରାଣୀ ସୁରକ୍ଷା କର୍ମୀ ଙ୍କ ସହିତ ଏକ ସ୍ବତନ୍ତ୍ର ଟିମ୍ ମାଙ୍କଡ ଚୁଆ ସଂରକ୍ଷିତ ଜଙ୍ଗଲରେ ଚଢାଉ ଆରମ୍ଭ କରିଥିଲେ । କିଛି ସମୟର ଛକା ପଞ୍ଝା ପରେ ବନ ବିଭାଗ ଶିକାରୀ ମାନଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ବିଦ୍ୟୁତ୍ ତାର , ବୋତଲ ଓ କାଠ ଖୁଣ୍ଟି ଜବତ କରିଥିଲା ।

Powered by Froala Editor