ଜମିବାଡ଼ି ବିବାଦରୁ ହଟକଟା, ୬ ଗୁରୁତର

ଜମବାଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟି ୬ ଜଣ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ସରୁଆଳି ଗ୍ରାମରେ। ଗୁରୁତର ମାନେ ହେଲେ ନିରଞ୍ଜନ ପଲେଇ (୫୦), ସିପୁନ ବାରିକ୍(୩୦), ସୁମନ୍ତ ପଲେଇ (୨୫) ,ଉପାଶି ପଲେଇ (୪୦) ,ମଦନ ପଲେଇ (୨୫), ଅର୍ଜୁନ ଖୁଣ୍ଟିଆ (୩୪) । ଅନ୍ୟ ଦୁଇଜଣ ଏହି ଘଟଣାରେ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସରୁଆଳି ଗ୍ରାମର ନିରଞ୍ଜନ ପଲେଇ ଓ ପଙ୍କଜ ପଲେଇ ଉଭୟ ଗୋଟିଏ ପରିବାର ସମ୍ପର୍କୀୟ ଭାଇ । ନିରଞ୍ଜନ ଦୁଇବର୍ଷ ହେବ ଏକ ଘର ନିର୍ମାଣ କରି ଆସୁଥିଲେ । ଘରର ଛାତ ପଡିବା ପାଇଁ ଆଜି ସେଣ୍ଟ୍ରିଙ୍ଗ କାମ ଚାଲିଥିବା ବେଳେ ପଡ଼ୋଶୀ ପଙ୍କଜ ପଲେଇଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂର୍ଘଷ ସହିତ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଥିଲା । ଖଣ୍ଡା ,ତରୁଆଲ ଓ ଟାଙ୍ଗିଆ ସାହାଯ୍ୟ ରେ ଯିଏ ଯାହାକୁ ପାରିଲା ହଣା କଟା କରି ଚାଲିଲେ । ଫଳରେ ଉଭୟ ପରିବାର ର ୬ ଜଣ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ ।
ସମସ୍ତ ଗୁରୁତର ଓ ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲ କୁ ଅଣାଯାଇଥିଲା। ତେବେ ମେଡିକାଲ ପରିସରରେ ମଧ୍ୟ ଦୁଇଗୋଷ୍ଠୀ ମଧ୍ୟରେ ଆଉଥରେ ସଂର୍ଘଷ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
Powered by Froala Editor