ଅର୍ଥ ଲଗାଣକାରୀ ସଂସ୍ଥାର ପରିଚୟ ଦେଇ ଅଟୋ ଲୁଟ୍ ଉଦ୍ୟମ

ଅର୍ଥ ଲଗାଣକାରୀ ସଂସ୍ଥାର ପରିଚୟ ଦେଇ ୩ ଜଣ ଯୁବକ ଆସି ଏକ ଅଟୋ ଲୁଟିବାକୁ ଆସିଥିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ୨ ଯୁବକ କୌଶଳ କ୍ରମେ ଚମ୍ପଟ ମାରିଥିବାବେଳେ ଜଣଙ୍କୁ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ରେ ।
ପାଟଣା ଥାନା ଅଞ୍ଚଳ ସାହାରପଡା ଫାଣ୍ଡି ସାହାରପଡା ବଜାରରୁ ଏକ ଯାତ୍ରୀବାହି ଅଟୋ କୁ 3 ଜଣ ଯୁବକ ଅର୍ଥଲଗାଣ ସଂସ୍ଥା ର କର୍ମଚାରୀ ଓ ଏହି ଅଟୋର ଋଣ ଖିଲାପି ଥିବା କହି ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏକାଠି ହୋଇ ସେମାନଙ୍କ ପରିଚୟ ପତ୍ର ମାଗିଥିଲେ। ଏନେଇ ଉଭୟ ପକ୍ଷରେ କଥା ଚାଲୁଥିବା ବେଳେ 2 ଜଣ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଆଉ ଜଣେ ଯୁବକକୁ ଲୋକେ ଧରି ସାହାରପଡା ପୋଲିସ କୁ ଜଣାଇବାରୁ ଏ ଏସ ଆଇ ଶିବ ପ୍ରସାଦ ଆଇଚ ଘଟଣା ସ୍ଥଳକୁ ଆସି ଜଣେ ଯୁବକ କୁ ଫାଣ୍ଡି କୁ ନେଇ ଯାଇଥିଲେ। ଯୁବକ ଜଣକ ସାହାରପଡା ବ୍ଲକ ଭଣ୍ଡାରିବିଲା ଗ୍ରାମର ସେକ କମରୁଲ(୨୭) ବୋଲି ଜଣାପଡିଛି। ଚମ୍ପଟ ଦୁଇଜଣ କେନ୍ଦୁଝର ର ବୋଲି ଜଣାପଡିଛି। ଏମାନେ ନିଜକୁ ଅର୍ଥ ଲଗାଣ କାରୀ ସଂସ୍ଥା ର କର୍ମଚାରୀ କହି ଅଭିନବ ଢଙ୍ଗରେ ଯାନ ବାହାନ ଲୁଟ କରୁଥିବା ସ୍ପଷ୍ଟ ହେବାପରେ ପୋଲିସ ଘଟଣା ର ଛାନଭିନ ଚଳାଇଛି।
Powered by Froala Editor