ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ପଟ୍ଟାମୁଣ୍ଡାଇ : ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ଏହା ପର୍ୟ୍ୟଟକ ମାନଙ୍କ ପାଇଁ ବନ୍ଦ ଥିଲା।
ଆସନ୍ତାକାଲି ପର୍ୟ୍ୟଟକ ମାନଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଛି। ନୂତନ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ ଲାଇବ୍ରେରୀ ଓ ବ୍ୟାଟେରୀ ବୋଟ ଆଦିକୁ ପ୍ରସ୍ତୁତ ରଖାଯାଇଛି। ସେହିପରି କଟେଜ୍, ମିୟୁଜିୟମ, ବୋଟ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଭିତରକନିକାକୁ ଜଳପଥରେ ପ୍ରବେଶ କରି ହେବ। ସ୍ଥଳପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ୟ୍ୟଟକ। ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ ବ୍ୟବସ୍ଥା କରାଯାଇଛି।
Powered by Froala Editor