ପପୁ ଯାଦବ ଗିରଫ

ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ନେତାମ ପପୁ ଯାଦବଙ୍କୁ ପାଟଣା ପୁଲିସ୍ ଗିରଫ କରିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ ମୋତେ ପୋଲିସ୍ ଗିରଫ କରି ପାଟଣାର ଗାନ୍ଧୀ ମୈଦାନକୁ ନେଇ ଆସିଛି। କରୋନା କାଳରେ ଜୀବନକୁ ବାଜି ଲଗାଇ ଅପରାଧ ବିରୋଧ ଲଢ଼ିବା ଯଦି ଅପରାଧ, ତା ହେଲେ ମୁଁ ଅପରାଧୀ । ପିଏମ ସାହେବ, ସିଏମ ସାହେବ ଜେଲ ଭେଜ ଦୋ ଝୁଙ୍କୁଙ୍ଗା ନେହି, ରୁକୁଙ୍ଗା ନେହି । ବେଇମାନଙ୍କୁ ବେନକାବ କରୁଙ୍ଗା' ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରୀୟ ମନ୍ତ୍ରୀ ଅନେକଗୁଡିଏ ଆମ୍ବୁଲାନ୍ସ ଲୁଚାଇ ରଖିଛନ୍ତି ବୋଲି ପପୁ ଯାଦବ ଭିଡିଓ କରି ସୋସିଆଲ ସାଇଟରେ ଛାଡିଥିଲେ । ଏହାର ପ୍ରକୃତ ସତ୍ୟ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ରାଜୀବ ଏବଂ ପପୁ ଏ ନେଇ ମୁହାଁ ମୁହିଁ ହୋଇଥିଲେ । ପାଟନା ପୋଲିସ ଅନୁସାରେ ସେ କରୋନା ନିୟମ ଉଲ୍ଲଂଘନ କରିବାରୁ ଗିରଫ ହୋଇଛନ୍ତି ।
ଅମନୌରର ସିଏ କୋଭିଡ୍-୧୯ ଉଲ୍ଲଙ୍ଘନ କରିବା ମାମଲାରେ ଶନିବାର ଦିନ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ। ଏହାସହ ମଧେପୁରା ସହ ଜଡିତ ଅନ୍ୟ କିଛି ମାମଲା ମଧ୍ୟ ରହିଛି । ପପୁ ଯାଦବ ବିନା ପାସରେ ମଙ୍ଗଳବାର ସକାଳେ ପିଏମସିଏଚର କୋଭିଡ୍ ୱାର୍ଡରେ ପଶି ଯାଇଥିଲେ। ଏହାସହ ସେ ନିଜ ଅଞ୍ଚଳ ମଧେପୁର ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରିଥିଲେ ବୋଲି ପୁଲିସ କହିଛି ।
Powered by Froala Editor