ରାଜ୍ୟରେ କେଉଁ ଜିଲ୍ଲାରୁ କେତେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୧୪୫ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୨୨୨ ଜଣ, ଖୋର୍ଦ୍ଧାରୁ ୧୭୩ ଜଣ, ସମ୍ବଲପୁରରୁ ୯୩ ଜଣ,ମୟୂରଭଞ୍ଜରୁ ୭୦ ଜଣ, କଟକରୁ ୬୮ ଜଣ, ବରଗଡ଼ରୁ ୬୫ ଜଣ, କଳାହାଣ୍ଡିରୁ ୩୮ ଜଣ, ନବରଙ୍ଗପୁରରୁ ୨୮ ଜଣ, ବଲାଙ୍ଗୀରରୁ ୨୭ ଜଣ, ସୋନପୁରରୁ ୨୪ ଜଣ, ନୟାଗଡ଼ରୁ ୧୭ ଜଣ,ବୌଦ୍ଧ ଓ ଯାଜପୁର ଜିଲ୍ଲାରୁ ୧୫ ଜଣ ଲେଖାଁଏ, ରାୟଗଡ଼ାରୁ ୧୪ ଜଣ, ନୂଆପଡ଼ାରୁ ୧୩ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରୁ ୧୧ ଜଣ ଲେଖାଁଏ, ଭଦ୍ରକରୁ ୧୦ ଜଣ, ପୁରୀରୁ ୮ ଜଣ, ଗଜପତିରୁ ୭ ଜଣ, ଜଗତସିଂହପୁରରୁ ୬ ଜଣ, ଦେବଗଡ଼ରୁ ୫ ଜଣ, ଢ଼େଙ୍କାନାଳରୁ ୨ ଜଣ, ଅନୁଗୁଳରୁ ଜଣେ ଏବଂ ଷ୍ଟେଟ ପୁଲ୍ରୁ ୩୯ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୩୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୦୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୭୩୪୪ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor