ଆଜି ବରଗଡ଼ ବନ୍ଦ
ବରଗଡ଼ : ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଚକଅଖ ଜାମ୍। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଭିନ୍ନ ଛକରେ ରାସ୍ତାରୋକ ସହ ପିକେଟିଂ ଜାରି ରହିଛି। କିଛି ଛକରେ ରାସ୍ତାରେ ଟାୟାର ଜାଳି ଯାନବାହନ ଯାତାୟତକୁ ଠପ୍ କରିବା ସହ ବନ୍ଦ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।
ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜ ର ମୃତ୍ୟୁ କୁ ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ଆଦିତ୍ୟରାଜ ମୃତ୍ୟୁ ଘଟଣାକୁ ନେଇ ବିକାଶ ସ୍କୁଲ ଆଗରେ ଗତ ୨୫ତାରିଖ ଦିନ ଅଭିଭାବକ ମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ଼ ପୋଲିସ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି ।
Powered by Froala Editor