ଅକ୍ଟୋବର ୧୬ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା, ଟ୍ୱିଟ୍ ଯୋଗେ ସୂଚନା ଦେଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ ଓଡ଼଼ିଶା ପ୍ରଶାସନିକ ସେବା (ଓଏଏସ) ପ୍ରିଲିମିନାରୀ ପରୀକ୍ଷା । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଓଡ଼଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି । ପରୀକ୍ଷାର ବିସ୍ତୃତ କାର୍ଯ୍ୟସୂଚୀ ପରେ ଘୋଷଣା ହେବ । ଆୟୋଗଙ୍କ ୱେବସାଇଟ୍ରେ ଏସବୁ ତଥ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୦୨୧ ଡିସେମ୍ବର ମାସରେ ୩୯୨ଟି ପ୍ରଶାସନିକ ପଦବି ନିମନ୍ତେ ଓଡ଼଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଓ ଦୁଇଟି ପେପରର ହେବ । ପ୍ରଶ୍ନପତ୍ରରେ ମଲଟିପୁଲ ଚଏସ୍ ରହିବ । ଓଏଏସ୍ ପରୀକ୍ଷା-୨୦୨୦ର ଫଳ ପ୍ରକାଶିତ ହେବା ପରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୧ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
Powered by Froala Editor