ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।
ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିଅମରେ ମନ୍ତ୍ରୀ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ କରିଛନ୍ତି। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । www.ojee.nic.inରେ ପରୀକ୍ଷା ଫଳ ଉପଲବ୍ଧ । ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ ।
ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା।
ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ ପରୀକ୍ଷା ହୋଇଥିଲା ।
Powered by Froala Editor