କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଭିଜିଲାନ୍ସ ପଞ୍ଝାରେ
କେନ୍ଦ୍ରାପଡ଼ା : ଭିଜିଲାନ୍ସ ପଞ୍ଝାରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ। ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେକେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି। ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଏହି ଲାଞ୍ଚ ଟଙ୍କା ନେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ବଦଳି କରିଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଲାଞ୍ଚ ନେଉଥିଲେ କ୍ଷ ଲାଞ୍ଚ ଟଙ୍କା ସହ ଧରାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ବର ସ୍ଥିତ ପୈତୃକ ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି କ୍ଷ ସଞ୍ଜୀବଙ୍କ ଘରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
Powered by Froala Editor