ଭୁବନେଶ୍ଵରରେ ପହଞ୍ଚିଲେ ବାବୁସାନ୍

ଭୁବନେଶ୍ଵର : ଭୁବନେଶ୍ଵରରେ ପହଞ୍ଚିଲେ ବାବୁସାନ୍। ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ଵରରେ ଆସି ପହଞ୍ଚିଛନ୍ତି ବାବୁସାନ୍ ମହାନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ବାପା-ମାଆଙ୍କ ପାଖକୁ ଯିବେ ବୋଲି ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି ବାବୁସାନ୍।
ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ । ମଙ୍ଗଳବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ବାବୁସାନ୍ ।
ବାବୁସାନ୍-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଚର୍ଚ୍ଚା ଜାରି ରହିଛି। ଗତକାଲି ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୋଲିସ ଘଣ୍ଟାଏ ଜେରା କରିଥିବା ବେଳେ ବାବୁସାନ୍ଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ରହିଛି। ସେପଟେ ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଯେ, ବାବୁସାନ୍ ତାଙ୍କ ପରିବାରକୁ ଫେରିଯାଆନ୍ତୁ ଏବଂ ସଂସାର ଆରମ୍ଭ କରନ୍ତୁ।
ଅପର ପକ୍ଷରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଚେନ୍ନାଇରେ ଥିବା ବେଳର ଏକ ଫୁଟେଜ୍ ଭାଇରାଲ୍ ହୋଇଥିଲା। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍ରେ ଥିଲେ। ଯେଉଁ ହୋଟେଲ୍ରେ ବାବୁସାନ୍ ଥିଲେ ସେହି ହୋଟେଲ୍ରେ ଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏନେଇ ବାବୁସାନ୍ଙ୍କ କଣ ପ୍ରତିକ୍ରିୟା ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।
Powered by Froala Editor