ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିଯିବ ରୁଷ

୨୦୨୪ରେ ରୁଷ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡି ଦେବ ରୁଷ। ମଙ୍ଗଳବାର ପଦ ସମ୍ଭାଳିବା ପରେ ଏହାର ଘୋଷଣା କରିଛନ୍ତି ରୁଷ ମହାକାଶ ଏଜେନ୍ସି ରୋସକୋସମୋସର ନୂତନ ମୁଖ୍ୟ ୟୁରି ବୋରିସୋଭ। ଏଥିସହ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହାର ସୁଚନା ଦେଇଛନ୍ତି। ୟୁରି କହିଛନ୍ତି, ଆମେ ନିଜର ସମସ୍ତ ଭାଗିଦାରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପରେ ସ୍ପେସ୍ ଷ୍ଟେସନ ଛାଡି ଦେବୁ।
କିଛିଦିନ ତଳେ ରୁଷର ମହାକାଶଚାରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରୁଷସେନା ଦ୍ବାରା ଅଧିକୃତ ୟୁକ୍ରେନ ଅଂଚଳର ପତାକା ପ୍ରଦର୍ଶନ କରିଥିଲା । ଏହାଛଡ଼ା ରୁଷ ଓ ୟୁରୋପର ମହାକାଶଚାରୀମାନେ ମିଳିତଭାବେ ମହାକାଶ କେନ୍ଦ୍ରରେ ଥିବା ଏକ ରୋବୋଟିକ ଆର୍ମର ତ୍ରୁଟି ସଜାଡ଼ିଥିଲେ ।
ଏହାପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ରୁଷ ରାଜନୀତି ପାଇଁ ବ୍ୟବହାର କରୁଛି ବୋଲି ଆମେରିକା ଅଭିଯୋଗ କରିଥିଲା । ଆମେରିକାର ଏହି ସମାଲୋଚନା ପରେ ରୁଷ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅନ୍ୟପଟେ ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସହ ରୁଷର ସଂପର୍କ ଆହୁରି ଖରାପ ହୋଇଯାଇଥିବାରୁ ରୁଷ୍ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
Powered by Froala Editor