ଜିଲ୍ଳାପାଳ, ଏସପି ଅଫିସ୍ ଆଗରେ ବିଷ ପିଇଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ଜିଲ୍ଲାପାଳ, ଏସପିଙ୍କ ଅଫିସ୍ ଆଗରେ ଜଣେ ଦିବ୍ୟାଙ୍ଗ ଯୁବକ ବିଷ ପିଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଦିଗପହଣ୍ଡି ଠାରେ । ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରୀ ସତ୍ତ୍ୱେ କେହି ଶୁଣୁନଥିଲେ ।
ଅଭିଯୋଗର ଶୁଣାଣିବେଳେ ଯୁବକ ଜଣଙ୍କ ବିଷ ପିଇ ଦେଇଥିଲେ । ଏଭଳି ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ ।ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତିି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
Powered by Froala Editor