୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି: ଅପରାଜିତା

ଭୁବନେଶ୍ୱର: ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ ସଙ୍ଗରେ ପଡିଥିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ ବୋଲି ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତା କହିଛନ୍ତି।
ତାର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି । ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।
ସୂଚନା ଥାଉ କି ଗତକାଲି ରାଜରାସ୍ତାରେ ଓଲିଉଡର ସୁପରଷ୍ଟାର ବାବୁସାନ ଓ ପତ୍ନୀ ତୃପ୍ତିଙ୍କ କଳହର ଭିଡିଓ ଦେଖିବାକୁ ମିଳିଥିଲା । ଭିଡିଓରେ ଅଭିନେତା ବାବୁସାନ ଡ୍ରାଇଭିଂ କରୁଥିବା ବେଳେ ଅଭିନେତ୍ରୀ ଜଣକ ଗାଡ଼ି ଆଗରେ ବସିଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଅନୁସାରେ ଅଭିନେତା ସ୍ବାମୀ କିଛି ଦିନ ହେବ ଘରକୁ ଯାଉନାହାନ୍ତି । ଯାହାର ସତ୍ୟାସତ୍ୟ ଜାଣିବାକୁ ଏପରି କରିଥିଲେ ଅଭିନେତାଙ୍କ ପତ୍ନୀ ।
ବାଟରେ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ରାସ୍ତାଉପରେ ଚାଲିଥିଲା ଷ୍ଟାର ଦମ୍ପତି ଓ ବାନ୍ଧବୀଙ୍କ ହାଇଡ୍ରାମା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଥିଲା ।
Powered by Froala Editor