ବୋଲ ମାନିଲାନି ପୁଅ, ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ

ଅନୁଗୁଳ: ବୋଲ ମାନିଲାନି ପୁଅ, ରାଗରେ ଜର୍ଜ୍ଜରିତ ହୋଇ ପୁଅକୁ ହାଣିଲା ବାପା । ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଖମାର ଥାନା ମୁଣ୍ଡୁରିବେଡା ଗାଁରେ । ସାମାନ୍ୟ କଥାକୁ କେନ୍ଦ୍ରକରି ବୃଦ୍ଧ ବାପ ତାର ପୁଅକୁ ହତ୍ୟା କରିଛି । ମୃତକ ଜଣଙ୍କ ହେଉଛନ୍ତି ଇଶ୍ୱର ସାହୁ ।
ପୋଲିସ ସୂଚନା ଅନୁସାରେ, ପୁଅ ଇଶ୍ୱର ସାହୁ ଶୁକ୍ରବାର ବିଲରେ କାମ ସାରି ଘରକୁ ଫେରିବା ପରେ ବାପା ପାଦୁକ ସାହୁ ଭତ୍ତା ଆଣିଯିବା ପାଇଁ ଡାକିଥିଲେ । ଈଶ୍ୱର ଥକ୍କା ଲାଗୁଛି ବୋଲି କହିବା ସହ ଯିବାକୁ ମନା କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଈଶ୍ୱର ଘରେ ଶୋଇଥିବା ବେଳେ ଏକ ଟାଙ୍ଗିଆରେ ବାପା ପାଦୁକ ପୁଅକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଈଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଦୁକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ବୃଦ୍ଧ ବାପର ବୟସ ପାଖାପାଖି ୮୫ ହୋଇଥିବା ବେଳେ ପୁଅର ବୟସ ପ୍ରାୟ ୫୫ ହେବ ବୋଲି ଜଣାପଡିଛି ।
Powered by Froala Editor