ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ୱର:ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏବର୍ଷ ପାସ୍ ହାର ରହିଛି ୯୨.୭୧% । ଛାତ୍ରୀଙ୍କ ପାସ୍ ହାର ୯୪.୫୪% ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୧.୨୫% ରହିଛି । ୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ। ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି। ୨୦୨୧ରେ ପାସ ହାର ୯୯.୩୭% ଥିଲା। ଏଥର ଏହା ୯୨.୭୧%କୁ ଖସିଛି।କେରଳର ତ୍ରିବେନ୍ଦ୍ରମରେ ସର୍ବାଧିକ ୯୮.୮୩% ପିଲା କୃତ୍ତକାର୍ୟ୍ୟ ହୋଇଛନ୍ତି। ଏହା ଦେଶରେ ସର୍ବାଧିକ। ଭୁବନେନଶ୍ୱର ରିଜନରେ ପାସ ହାର ୯୦.୩୭% ରହିଛି। ସେହିପରି ପାସ ହାର ଦୃଷ୍ଟି କୋଣରୁ ଭୁବନେଶ୍ୱର ୧୩ ନଂ ସ୍ଥାନରେ ରହିଛି।
ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇର ଅଫିସିଆଲ୍ ୱେବସାଇଟ cbse.gov.in, www.cbseresults.nic.inରେ ଫଳ ଉପଲବ୍ଧ ହେବ । ପରେ ସିବିଏସଇ ଦ୍ୱାଦଶ ଓ ଦଶମ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଲିଙ୍କ୍ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍ ନମ୍ୱର ଦେବାକୁ ପଡ଼ିବ । ଦେବା ପରେ ପରୀକ୍ଷା ଫଳ ବା ମାର୍କସିଟ୍ ଡାଉନଲୋଡ୍ କରି ଏହାର ପ୍ରିଣ୍ଟ୍ ଆଉଟ୍ ବାହାରି କରିପାରିବେ। ପ୍ରଥମେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷା ଦଶମ ଓ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷା ଦେଇଥିଲେ । ସିବିଏସ୍ଇ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟ ଅଧୀନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଦ୍ୟାଳୟଗୁଡ଼ିକ ରହିଛି । ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବା ବିଏସଇର ଦଶମ ପରୀକ୍ଷା ଫଳ ଓ ଆଇସିଏସଇର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି ।
Powered by Froala Editor