Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ ...

  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ ...

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ...

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

Home ›› ››ରାହୁଲ ଗାନ୍ଧୀଙ୍କ ପରେ ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ପରେ ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

2022-07-21 07:41:39
15585
Share:
Facebook
Twitter
E-Mail
WhatsApp
Telegram
ରାହୁଲ ଗାନ୍ଧୀଙ୍କ ପରେ ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଆଜି ଇଡିରେ ହାଜର ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବ । ଦିଲ୍ଲୀ ସମେତ ସାରା ଦେଶରେ ପ୍ରଦର୍ଶନ ରଣନୀତି ପ୍ରସ୍ତୁତ କରିଛି ଦଳ । କଂଗ୍ରେସ ନେତାମାନେ ଦିଲ୍ଲୀରେ ସଂସଦ ଭବନରୁ ନେଇ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବେ । ରାହୁଲ ଗାନ୍ଧୀ ଇ଼ଡିରେ ହାଜର ହେବା ସମୟରେ ମଧ୍ୟ ସମାନ ପ୍ରତିବାଦ ପ୍ରଦର୍ଶନ କରିଥିଲା କଂଗ୍ରେସ । ରାଜରାସ୍ତା ଜାମ ହୋଇଥିଲା ।

ସୋନିଆଙ୍କୁ ସମର୍ଥନ କରି ବିଜେପି ନେତୃତ୍ବଧୀନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି ଦଳ । କଂଗ୍ରେସ ନେତା ମନିକାମ ଟାଗୋର ଟ୍ବିଟ କରି କହିଛନ୍ତି ଆକବର ରୋଡରେ କଂଗ୍ରେସ ଅଫିସ ହେଡକ୍ବାର୍ଟର ବର୍ତ୍ତମାନ ଶାହ ପୋଲିସ ଦ୍ବାରା ବନ୍ଦ ହୋଇଛି । ସେମାନେ କଂଗ୍ରେସ କର୍ମୀଙ୍କ ସାମର୍ଥ୍ୟ ଶକ୍ତି ଏବଂ ପ୍ରତିବଦ୍ଧତା ବିଷୟରେ ଜାଣନ୍ତି ବୋଲି କହିଛନ୍ତି ମନିକାମ ଟାଗୋର । ପୋଲିସ ଆକବର ରୋଡରେ ବ୍ୟାରିକେଟ କରି ବନ୍ଦ ରଖିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟ ଏବଂ ଅନ୍ୟ ବରିଷ୍ଠ ଦଳ ନେତା ଏବଂ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଆଜି ସନ୍ଧ୍ୟାରେ ସେମାନେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ବୈଠକ କରିବେ ।ସୋନିଆଙ୍କ ପୂର୍ବରୁ ଜୁନ ମାସରେ ରାହୁଲ ଗାନ୍ଧିଙ୍କୁ ଇଡି ପଚରାଉଚରା ବେଳେ କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା । ଅର୍ଥ ହେରଫେର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା । ଗୁରୁବାର ଦିନ କଂଗ୍ରେସ ସାଂସଦମାନେ ସଂସଦ ଭିତରେ ଓ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଆକବର ରୋଡରେ ଥିବା ମୁଖ୍ୟାଳୟରେ ଏକାଠି ହୋଇ ଇଡି କାର୍ୟ୍ୟାଳୟ ଆଡକୁ ଯିବାକୁ ଚେଷ୍ଟା କରିବେ ।


ଦିଲ୍ଲୀ ସହିତ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ରାଜସ୍ଥାନ ଓ ଛତିଶଗତରେ କଂଗ୍ରେସ ସରକାର ଥିବାରୁ ଦୁଇ ରାଜ୍ୟରେ ବିଶାଳ ପ୍ରଦର୍ଶନ ହେବା ଅନୁମାନ କରାଯାଉଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ଜୁନ ୧ ତାରିଖରେ ସମନ ଜାରି କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ହାଜର ହେବାକୁ ସମୟ ମାଗିଥିଲେ ସୋନିଆ । ପ୍ରଥମଥର ପାଇଁ ସୋନିଆଙ୍କୁ ପଚରାଉଚରା କରିବ ଇଡି । ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅଲଗା ଅଲଗା ଦିନରେ ୫୦ ଘଣ୍ଟା ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Powered by Froala Editor

Tags sonia gandhi , inc , congress , ED

Related articles Odisha News Lens 4.1

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13772
    Apr 04, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
    ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    13979
    Apr 04, 2026
  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ
    ରାଜନୀତି

    ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    13894
    Apr 04, 2026
  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    13937
    Apr 04, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14470
    Apr 05, 2026
  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ
    ଦେଶ-ଦେଶାନ୍ତର

    ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ

    14037
    Apr 05, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା
    ବିଶେଷ

    ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13716
    Apr 04, 2026
  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    13896
    Apr 04, 2026
  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା
    ଦେଶ-ଦେଶାନ୍ତର

    ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14616
    Apr 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    13894
    Apr 04, 2026
  • ଦେଶ-ଦେଶାନ୍ତର

    ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15046
    Apr 05, 2026
  • ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    13896
    Apr 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17399
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17459
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17810
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16286
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13716
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15406
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14614
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16013
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15500
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15312
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15042
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15547
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13842
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ

    14037
    Apr 05, 2026
  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ

    15046
    Apr 05, 2026
  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    13894
    Apr 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In