ଆଜି ରାଜ୍ୟରେ ୮୧୬ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଗ୍ରାଫ୍ ହଜାର ଉପରେ ରହୁଥିବା ବେଳେ ଦୁଇ ଦିନ ପରେ ସାମାନ୍ୟ ତଳକୁ ଖସି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୪୭୭ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୩୯ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୮ଆକ୍ରାନ୍ତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୭, ବାଲେଶ୍ୱରରୁ ୧୩, ବରଗଡରୁ ୭, ଭଦ୍ରକରୁ ୮, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୧, କଟକରୁ ୭୮, ଦେବଗଡରୁ ୫, ଢେଙ୍କାନାଳରୁ ୬, ଗଜପତିରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ ୨୬, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୧୩, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୩, ମୟୁରଭଂଜରୁ ୨୯, ନବରଙ୍ଗପୁରରୁ ୭, ନୟାଗଡରୁ ୨୬, ନୂଆପଡାରୁ ୧, ପୁରୀରୁ ୨୦, ରାୟଗଡାରୁ ୬, ସମ୍ବଲପୁରରୁ ୫୭, ସୋନପୁରରୁ ୧୪, ସୁନ୍ଦରଗଡରୁ ୧୪୧ ଓ ରାଜ୍ୟପୁଲରୁ ୪୬ଜଣ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯୯୨୮ ଜଣକୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୬୦୦ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୮୪ହଜାର୮୫୩ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୫୬ହଜାର ୯୧୧ ।
Powered by Froala Editor