ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ବର: ୟୁକ୍ରେନ ଫେରନ୍ତା ଛାତ୍ର ଛାତ୍ରୀ ମାନଙ୍କର ସୁବିଧା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଓଡ଼ିଶାରୁ ବିଭିନ୍ନ ସ୍ଥାନରୁ ପାଖାପାଖି ୟୁକ୍ରେନ ରେ ୪୭୦ ଜଣ ପାଠ ପଢୁଥିଲେ ।ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପତ୍ର ଲେଖି ଏବାବଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ପତ୍ରରେ ଲେଖିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ଭୟାବହତା ମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ ପାଠ ପଢୁଥିବା ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ନିଜ ଦେଶକୁ ଆଣିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ଛାତ୍ର ଛାତ୍ରୀ ମାନଙ୍କର ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ଏହାର ସମାଧାନର ବାଟ ସ୍ଥିର କରନ୍ତୁ। ଯାହା ଫଳରେ ମେଡିକାଲ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇପାରିବେ ।
Powered by Froala Editor