ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ

ପୁରୀ: ପୁରୀ ଶ୍ରୀମନ୍ଦିର କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥାଏ । ଆଜି ପୁଣି ସେହିଭଳି ଏକ ଘଟଣା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି ।
ତେବେ ଖବର ଲେଖା ସୁଦ୍ଧା ଆକ୍ରମଣର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ଆକ୍ରମଣରେ ଆହତ ସେବାୟତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor