ଲୋକଙ୍କୁ ଏକାଠି ଦେଖିଲେ ଡାଏଲ କରନ୍ତୁ ୧୦୦
କଟକ : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କଟକରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା କଟକଣାକୁ ମାନିବା ପାଇଁ ସବୁସ୍ତରରେ ଉଦ୍ୟମ କରାଯାଉଥିଲେ ବି କିଛି ଅମାନିଆ ଏହାକୁ ମାନୁନାହାନ୍ତି । ଅନାବଶ୍ୟକଭାବେ ଏକାଠି ହୋଇ ଗପସପ କରୁଛନ୍ତି ।
ତେବେ ଯଦି ଲୋକେ ଅନାବଶ୍ୟକ ଭାବେ ଆପଣଙ୍କ ଘର ନିକଟରେ କିମ୍ବା ଆଖପାଖ ଅଞ୍ଚଳରେ ଏକାଠି ହେଉଛନ୍ତି ତେବେ ତୁରନ୍ତ ୧୦୦କୁ ଡାଏଲ କରି ପୋଲିସକୁ ଜଣାଇବାକୁ କୁହାଯାଇଛି। କାରଣ ସେହି ବ୍ୟକ୍ତିମାନେ କରୋନାର ବାହାକ ହୋଇପାରନ୍ତି। ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସେଠାରୁ ହଟାଇବାରେ ସାହାଯ୍ୟ କରିବେ। ଏନେଇ କଟକ ଡିସିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
Powered by Froala Editor