ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ, ଥାନା ଅଧିକାରୀ ଗିରଫ
ଉମରକୋଟ : ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉମରକୋଟର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ମାଡି ବସିଲା । ଭିଜିଲାନ୍ସ ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ଲିମରାଜ ଉମରକୋଟ ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ । ଆଜି ତାଙ୍କର ବଦଳି ଖାତିଗୁଡା ଥାନାକୁ ହୋଇଥାନ୍ତା । ସେଠାରେ ସେ ଆଇଆଇସି ଭାବେ କାର୍ଯ୍ୟ ତୁଲାଇଥାନ୍ତେ । କିନ୍ତୁ ଗୋଟିଏ ରାତିରେ ସବୁକିଛି ଓଲଟପାଲଟ ହୋଇଗଲା । ଗତକାଲି ଲିମରାଜଙ୍କ ଉମରକୋଟ ଥାନାରେ ଶେଷ ଦିବସ ଥିବା ବେଳେ ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ନଳିନୀ କାନ୍ତ ନାୟକ ନାମକ ଜଣେ ଯୁବକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଜ ନେଉଥିଲେ । ଏନେଇ ନଳିନୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଲିମରାଜ ନଳିନୀଙ୍କୁ ଉମରକୋଟ ଥାନା ନିକଟରେ ଥିବା ବଜାରରେ ୨୦ ହଜାର ଟଙ୍କା ଧରି ଆସିବାକୁ କହିଥିଲେ । ନଳିନୀ ମଧ୍ୟ ଗତକାଲି ରାତିରେ ସେଠାକୁ ଟଙ୍କା ଧରି ଆସିଥିଲେ ।
ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ସେଠାରେ ପ୍ରସ୍ତୁତ ହୋଇ ରହିଥିଲେ । ବଜାରରେ ନଳିନୀଙ୍କଠାରୁ ପୁଲିସ ବାବୁ ଲାଂଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
Powered by Froala Editor