ରାଜ୍ୟରେ ୫୭୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୩୫୦୪ ଜଣ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୭ ଜିଲ୍ଲାରୁୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୪ ଜଣ, କଟକରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୪୨ ଜଣ, ପୁରୀରୁ ୩୭ ଜଣ,ସୋନପୁରରୁ ୨୦ ଜଣ, ମୟୂରଭଞ୍ଜରୁ ୧୭ ଜଣ, ବାଲେଶ୍ବରରୁ ୧୬ ଜଣ, ଗଜପତି ଓ ଜଗତସିଂହପୁର ଜିଲ୍ଲାରୁ ୮ ଜଣ ଲେଖାଁଏ, ଭଦ୍ରକ, ଯାଜପୁର ଓ ସମ୍ବଲପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ୫ ଜଣ ଲେଖାଁଏ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୪ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଁଏ, ବରଗଡ଼, ବଲାଙ୍ଗୀର, ଢ଼େଙ୍କାନାଳ,ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲ୍ରୁ ୪୫ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୩୫୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ୩୦୨୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୧୨୯୮ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor