କରୋନା ନେଲା ୧୭ ଜୀବନ
ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କର ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୧୯୭ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବଲାଙ୍ଗୀରରେ ୧, ଢେଙ୍କାନାଳରେ ୧, କଳାହାଣ୍ଡିରେ ୩, ଖୋର୍ଦ୍ଧାରେ ୩, ପୁରୀରେ ୨, ରାୟଗଡ଼ାରେ ୩ ଓ ସୁନ୍ଦରଗଡ଼ରେ ୩ ଜଣ ପ୍ରାଣ ହରାଇଛନ୍ତି ।
ଏଯାବତ ରାଜ୍ୟରେ ୫ ଲକ୍ଷ ୪୪ ହଜାର ୮୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୯୪୭୬୦ ରୋଗୀ ଚିକିତ୍ସିତ ହେଉଛନ୍ତି ।
Powered by Froala Editor