ଭାରସାମ୍ୟ ହରାଇ ନଦୀକୁ ଖସିଲା କାର, ୯ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ରାମନଗରରେ ଭୟଙ୍କର ଦୁର୍ଘଟଣା । ଢେଲା ନଦୀ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସିଲା କାର । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ।
ସୂଚନାଅନୁସାରେ, ଆଜି ସକାଳ ୫ଟା ସମୟରେ ସମୟରେ ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ୟ୍ୟଟକଙ୍କୁ ନେଇ ଯାଉଥିବା ଏକ ଇଟିକା କାର ଢେଲା ନଦୀ ଅତିକ୍ରମ କରୁଥିଲା । କାର୍ଟି ଉପରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଭିତରକୁ ଖସି ପଡ଼ିଥିଲା । ଫଳରେ ପାଣିର ସୁଅରେ ସବୁ ପର୍ୟ୍ୟଟକ ଭାସି ଯାଇଥିଲେ । ଖବରପାଇ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କ ମୃତଦେହ କାରରୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି । ତେବେ ସୌଭାଗ୍ୟ ବଶତଃ ଏକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
Powered by Froala Editor