ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନ୍ସନ୍

ଶେଷର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ୍ ଜନ୍ସନ୍। ୨୦୧୯ରେ ଲୋକେ ତାଙ୍କୁ ନିର୍ବାଚିତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ୍ସନ୍। ସେହିପରି କୋଭିଡ ପାନଡେମିକ୍ ବେଳେ ଏହାର ସଫଳ ମୁକାବିଲାକୁ ନେଇ ନିଜ ଉପଲବ୍ଧିକୁ ବଖାଣିଛନ୍ତି । ସମଗ୍ର ୟୁରୋପରେ ବ୍ରିଟେନରେ ପ୍ରଥମେ କୋଭିଡ୍ ଟିକା ଅଭିଯାନର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି।
ଯୌନ କେଳେଙ୍କାରୀକୁ ନେଇ ବିବାଦରେ ଫସିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଥିଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ। କନ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେବାକୁ ରାଜି ହୋଇଥିଲେ। ବୋରିସ୍ ଜନସନ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରକୁ ଆସି କହିଛନ୍ତି ଯେ, କନ୍ଜରଭେଟିଭ୍ ପାର୍ଟି ସ୍ପଷ୍ଟ କରିଛି, ଏବେ ଦଳର ଜଣେ ନୂଆ ନେତା ରହିବା ଉଚିତ୍। ଏହାର ଅର୍ଥ ହେଉଛି ଜଣେ ନୂତନ ପ୍ରଧାନମନ୍ତ୍ରୀ ହେବା ଉଚିତ୍।
ପ୍ରଧାନମନ୍ତ୍ରୀଙ୍କ ନିଜ କନ୍ଜରଭେଟିଭ୍ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍ସନ୍ଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଜନ୍ସନ୍ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ରହିବେ। ତା’ପରେ ବୋରିସ୍ ଜନ୍ସନ୍ଙ୍କ ସ୍ଥାନରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ରହିଛି।
Powered by Froala Editor