ବାହାଘର ଉପରେ ଲାଗିଲା ଏହି କଟକଣା
ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ କଡ଼ାକଡ଼ି କରିବାକୁ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି । ବସଷ୍ଟାଣ୍ଡ, ରେଳୱେ ଷ୍ଟେସନ ଓ ଦୋକାନରେ ନିୟମ କଡାକଡି କରାଯିବ ।
ସେହିପରି ବାହାଘର ଉପରେ ବି କଡ଼ା କଟକଣା ଲାଗିଛି । ସାର୍ବଜନୀନ ସ୍ଥାନରେ ବାହାଘର ଉପରେ ପ୍ରତିବନ୍ଧକ ଲାଗିଛି । ଯଦି କେହି ବାହାଘର କରିବାକୁ ଚାହୁଁଥିବେ ତେବେ ଘର କିମ୍ବା କୋର୍ଟରେ କରାଯାଇପାରିବ । ବାହାଘରରେ ମାତ୍ର ୨୦ ଜଣ ଅତିଥି ଯୋଗ ଦେଇପାରିବେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ, ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇଛି । ତେବେ ସ୍ଥିତିକୁ ଦେଖି ଲକଡାଉନ ଆଉ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ସେ ବ୍ୟବସାୟୀ, ମହିଳା ଓ ଅନ୍ୟ ଲୋକମାନଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନେଇଛନ୍ତି । ମେଟ୍ରୋ ଚଳାଚଳକୁ ବନ୍ଦ କରାଯାଇଥିବାବେଳେ ଲକଡାଉନ କଟକଣା କଡ଼ାକଡ଼ି ପାଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Powered by Froala Editor