ଅଜଣା ଟ୍ରକ୍ ଧକ୍କାରେ ୨ ମୃତ
ସମ୍ବଲପୁର : ବାଇକ୍କୁ ଧକ୍କା ଦେଲା ଅଜଣା ଟ୍ରକ୍। ବୁର୍ଲା ଥାନା ଗୋଡଭଗା ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍ଟି ଫେରାର୍ ହୋଇଯାଇଛି।
ସୂଚନାନୁଯାୟୀ, ଭେଡେନ ଥାନା ଅଞ୍ଚଳର ସୁରେନ୍ଦ୍ର ଗରିଆଙ୍କ ସ୍ତ୍ରୀ ଅନିତା ଓ ସୁରେନ୍ଦ୍ରଙ୍କ କାକି ମିଥିଲା ଗରିଆ ଗୋଟିଏ ବାଇକ ଯୋଗେ ଭୀମସାର ବୁର୍ଲାକୁ ଯାଉଥିଲେ। ଏହି ସମୟରେ ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ଅନିତା ଗରିଆ ଓ ମିଥିଲା ଗରିଆ। ତେବେ ବାଇକ ଆରୋହୀ ସୁରେନ୍ଦ୍ର ଗରିଆଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Powered by Froala Editor