ସବ୍ୟସାଚୀ ପଣ୍ଡା ଅସୁସ୍ଥ
ବ୍ରହ୍ମପୁର : ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲ୍ରେ ଥିବା ମାଓ ନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ । ସେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । କର୍ଣ୍ଣ, ନାଶା ଓ ଗଳା (ଇଏନ୍ଟି) ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ମଙ୍ଗଳବାର ତାଙ୍କର ଅସ୍ତ୍ରୋପଚାର ହେବ ବୋଲି କହିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର । କାନ ପରଦାରେ କଣା ଥିବା ଯୋଗୁଁ ଅସ୍ତ୍ରୋପଚାର କରାଯିବ ବୋଲି ଅଧୀକ୍ଷକ କହିଛନ୍ତି । ସେ କିଛି ମାସ ମାସ ହେଲା କାନ ଓ ଦାନ୍ତ ଯନ୍ତ୍ରଣା ଯୋଗୁଁ ଚିକିତ୍ସିତ ହେଉଥିଲେ । ଏମ୍କେସିଜି ଇଏନ୍ଟି ବିଭାଗରେ ୭ରୁ୮ ଥର ଚିକିତ୍ସିତ ହେବା ପରେ ବର୍ତ୍ତମାନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଛନ୍ତି । ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ସେ ଜେଲ୍ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ ।
ସେପଟେ ମାଓନେତା ସବ୍ୟସାଚୀଙ୍କ ପରିବାର ଲୋକଙ୍କୁ ଏ ନେଇ ଚିଠି କରାଯାଇଥିବା ସେ ସୂଚନା ଦେଇଛନ୍ତି ।ସବ୍ୟସାଚୀଙ୍କୁ ଗୋଟିଏ ସେକ୍ସନ୍ ଫୋର୍ସ ଜଗି ରହିଛନ୍ତି । ୨୦୧୪ ଜୁଲାଇ ୧୬ତାରିଖରେ ବଡ଼ ବଜାର ଥାନା ଅଞ୍ଚଳରୁ ସବ୍ୟସାଚୀଙ୍କୁ ପୁଲିସ ଗିରଫ କରିଥିଲା । ସେବେଠାରୁ ସେ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ଏମ୍କେସିଜିରେ ତାଙ୍କର ଅସ୍ତ୍ରୋପଚାର ହେବା ପୂର୍ବରୁ କଡ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor