ଷ୍ଟାର୍ଟଅପ ରାଙ୍କିଙ୍ଗ୍ ରିପୋର୍ଟ : ଟପ୍ ପରଫର୍ମରରେ ରହିଛି ଓଡ଼ିଶା
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି ।୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଉଦ୍ୟୋଗକୁ ନେଇ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ।
ମନ୍ତ୍ରାଳୟ ଦ୍ବାରା ସ୍ଥିରୀକୃତ ୨୬ଟି ଆକ୍ସନ ପଏଣ୍ଟରୁ ସବୁଥିରେ ଭାଗ ନେଇଥିଲା ଓଡ଼ିଶା । ୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ଓଡ଼ିଶାରେ ୧୩ ଶହରୁ ଅଧିକ ନୂଆ ଷ୍ଟାର୍ଟଅପ୍ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ବେଳେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୨୪ରୁ ଅଧିକ ଇନକ୍ୟୁବେଟର କରାଯାଇଛି । ଏଥିରେ ୨୦୦କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି । ଏଥିରୁ ୫୦୦ରୁ ଅଧିକ ଉଦ୍ୟୋଗ ମହିଳାମାନେ ପ୍ରତିଷ୍ଠା କରିଛନ୍ତି ।
ପୂର୍ବଥର ଓଡ଼ିଶା ଲିଡର୍ସ ଗ୍ରୁପରେ ଥିବା ବେଳେ ଏଥର ଉପରକୁ ଉଠି ଟପ୍ ପରଫର୍ମର ରହିଛି । ଏହି ଗ୍ରୁପରେ କେରଳ, ମହାରାଷ୍ଟ୍ର ସହ ଓଡ଼ିଶା ଥିବାବେଳେ ଏହା ପଛକୁ ରହିଛି ତେଲଙ୍ଗାନା । ବେଷ୍ଟ ପରଫର୍ମର ଗ୍ରୁପରେ ଗୁଜରାଟ ଓ କର୍ଣ୍ଣାଟକ ଅଛନ୍ତି ।
Powered by Froala Editor