ବର୍ଷାଙ୍କୁ ଶ୍ରୀମଦ୍ ଗୀତା ଦେଲେ ଅନୁଭବ, ଜାଣନ୍ତୁ କାହିଁକି...
ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା ପାଇଁ ବର୍ଷାଙ୍କୁ ଏକ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଛନ୍ତି ଅନୁଭବ । ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି କଟକ ଜିଲ୍ଲା ଜଜଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିଲେ । ତେବେ କୋର୍ଟରେ ଆଜି ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭଗବଦ ଗୀତା ଦେଇଛନ୍ତି ଅନୁଭବ ମହାନ୍ତି । ଭଗବଦ ଗୀତା ନିୟମିତ ପଢି ଏଥିରେ ଲେଖାଥିବା ପ୍ରତ୍ୟେକ ଶ୍ଳୋକର ଅର୍ଥ ବୁଝି ବିବାଦ ତୁଟାଇବାକୁ ନିଷ୍ପତି ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ପୁର୍ବରୁ ବର୍ଷା-ଅନୁଭବଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଭର୍ତ୍ସନା କରିବା ପରେ, ବର୍ଷା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାମଲାରେ କୋର୍ଟ ଅନୁଭବଙ୍କୁ ମାମଲା ସରିବା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେବା ଉପରେ ରୋକ ଲଗାଇଥିଲେ । ଏହାପରେ ମଧ୍ୟ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କ ବିରୋଧରେ ଭିଡିଓ କରି ପୋଷ୍ଟ କରିଥିଲେ । ଯାହାକୁ ନେଇ ବର୍ଷା ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେହିପରି ଅନୁଭବଙ୍କ ଘରେ ବର୍ଷା ରହିବେ ନା, ବାହାରେ ଭଡାଘରେ ରହିବେ ସେ ନେଇ ପ୍ରଥମେ ଏସଡିଜେଏମ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ ।
Powered by Froala Editor