ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
ରବିବାର ଇଟାଲୀର ଆଲପାଇନ୍ ଗ୍ଲାସିୟରର ଏକ ଖଣ୍ଡ ଭାଙ୍ଗି ୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କିନ୍ତୁ ପ୍ରକୃତରେ କେତେଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଆହୁରି ମଧ୍ୟ ୮ ଜଣ ଗୁରୁତର ହୋଇଛନ୍ତି । ଆହୁରି ମଧ୍ୟ କେତେ ଜଣ ନିଖୋଜ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ୫ ଜଣଙ୍କ ମୃତ୍ୟୁ ସହ ୮ ଜଣ ଆହତ ହୋଇଥିବା ନେଇ ଟ୍ୱିଟ୍ କରିଛି ।
ନ୍ୟାଶନାଲ ଆଲପାଇନ୍ ଆଣ୍ଡ୍ କେଭ୍ ରେସକ୍ୟୁ କୋର୍ ଟ୍ୱିଟ୍ କରି କହିଛି ଯେ, ମରମୋଲାଡା ଚିଟି ଅଞ୍ଚଳରେ ଘଟିଥିବା ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଚାଲିଛି । ନିଖେଜଙ୍କୁ ଖୋଜିବାରେ କୁକୁରର ସାହାଯ୍ୟ ନିଆଯାଇଛି । ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି ତାହା ସମୁଦ୍ରପତନଠୁ ୧୧୦୦୦ ଫୁଟ୍ ଉଚ୍ଚରେ ରହିଛି ।
ଆଲପାଇନ୍ ଉଦ୍ଧାରକାରୀ ଟିମର ମୁଖପାତ୍ର ବାଲଟର୍ ମିଲାନ କହିଛନ୍ତି ଯେ, କେଉଁ କାରଣରୁ ଗ୍ଲାସିୟର ଭାଙ୍ଗିଛି ତାହା ଜଣା ପଡି ନାହିଁ । ଜୁନରୁ ଇଟାଲୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହି କାରଣରୁ ବରଫ ଧସିଥିବା ସେ ଅନୁମାନ କରିଛନ୍ତି । ଏତତ୍ ବ୍ୟତୀତ ବେନେଟୋ ଅଞ୍ଚଳ ସ୍ଥିତ ଏସୟୁଇଏମ୍ ଡିସପାଚ୍ ସର୍ଭିସର କହିବାନୁସାରେ, ଏବେବି ୧୮ ଜଣ ବରଫରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଉଛି ।
Powered by Froala Editor