କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

ମୁମ୍ବାଇ: VLCC ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଗତ 3 ତାରିଖରେ ଆୟୋଜିତ ହୋଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ହୋଇଛନ୍ତି । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ଜିତିଛନ୍ତି ସିନି । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏହି ଇଭେଣ୍ଟରେ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାତା ଚୌହାନଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଭାବରେ ଘୋଷିତ କରାଯାଇଥିଲା ।
ଫାଇନାଲରେ ରୁବାଲ ଶେଖୱାଟ ଏବଂ ଶିନାତା ଚୌହାନଙ୍କୁ କଡା ଟକ୍କର ଦେଇଥିଲେ ସିନି । ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟିଙ୍କୁ ମାତ୍ର ୨୧ ବର୍ଷ ବୟସ । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି ।ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ରେ ଜଜ୍ ଭାବରେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରା, ଶିଆମାକ୍ ଡାଭର, ଡିଜାଇନର୍ ରୋହିତ ଗାନ୍ଧୀ ଓ ରାହୁଲ ଖାନ୍ନା ଏବଂ ପୂର୍ବତନ କ୍ରିକେଟର ମିତାଲି ରାଜ୍ ଅଂଶ ଗ୍ରହଣ କରିଥିଲେ । ୩୧ଟି ରାଜ୍ୟର ବିଜେତାଙ୍କୁ ସର୍ଟଲିଷ୍ଟରେ ଚୟନ କରାଯିବା ସହିତ ଶେଷରେ ଏହାର ବିଜେତା ଚୟନ ହୋଇଥିବା ଜୁରି ମାନେ କହିଛନ୍ତି ।
Powered by Froala Editor