କହ୍ନେୟାଲାଲ ହତ୍ୟାକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ
ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ଏନଆଇଏ କୋର୍ଟ ୧୦ ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି । ଅଭିଯୁକ୍ତଙ୍କୁ କୋର୍ଟରୁ ନେବା ସମୟରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆଜି କୋର୍ଟ ପରିସରେ ଉତ୍ତ୍ୟକ୍ତ ଲୋକେପୁଲିସ ହେପାଜତରେ ଥିବା ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି । ଯାହାର ଭିଡିଓ ଫୁଟେଜ ଏବେ ବାହାରକୁ ଆସିଛି। ଅଭିଯୁକ୍ତଙ୍କୁ ଲୋକେ ପଛପଟୁ ଝିଙ୍କି ମାଡ଼ ମାରୁଥିବା ଦେଖାଯାଇଥିଲା।
ଅଭିଯୁକ୍ତଙ୍କୁ ମାଡ ମାରିବାର ଭିଡିଓ ସାମନାକୁ ଆସିଛି । ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ପୋଲିସ ଗାଡିରେ ବସାଇବା ଯାଏଁ ଲୋକେ ଅଭିଯୁକ୍ତମାନଙ୍କୁ ଲୋକେ ମାଡ ମାରି ଚାଲିଥିଲେ । ଜଣେ ଅଭିଯୁକ୍ତର ବେକକୁ ଧରି ପଛରୁ ମାଡ ମାରିଥିଲେ । ପରେ ଜଣେ ଜଣେ କରି ଚାରି ଅଭିଯୁକ୍ତଙ୍କୁ ପୋଲିସ ଗାଡିରେ ବସାଯାଇଥିଲା । ଉଦୟପୁର ଘଟଣାରେ ଆଇନଜୀବୀଙ୍କ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଛି । କୋର୍ଟ ପରିସରରେ ଆଇନଜୀବୀ ନାରାବାଜି କରିବା ସହ ଅଭିଯୁକ୍ତଙ୍କ ଫାଶି ଦାବି କରିଥିଲେ।
ତେବେ କୋର୍ଟରେ ହାଜର ପରେ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ ।
ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ ୨୮ ତାରିଖରେ କହ୍ନେୟାଲାଲଙ୍କ ହତ୍ୟା ପରେ ରାଜ୍ୟ ସରକାର ଏସଆଇଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଥିଲେ। କିନ୍ତୁ ପରେ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ୍ ବାହାରିବା ପରେ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି।
Powered by Froala Editor