ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ଘୋଷଯାତ୍ରା । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କ ମୋର ଶୁଭେଚ୍ଛା । ଓଡିଶା ତଥା ସାରା ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରତିଟି ଓଡିଆବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରୁଥିବା ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇ
୨ ବର୍ଷ ପରେ ଆଜି ଭକ୍ତଙ୍କ ଗହଣରେ ଘୋଷଯାତ୍ରା ହୋଇଛି । ବିଶ୍ବବାସୀଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ବନିୟନ୍ତା । କୋରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ଅଗଣିତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବେଶ ବ୍ୟାକୁଳ ଅଛନ୍ତି ।
Powered by Froala Editor