୨ ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍ଏସ୍ ଗିରଫ
ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାଟଣା ବ୍ଲକ୍ ବୁଢ଼ୀକାପୁଡ଼ି ପଞ୍ଚାୟତର ଜିଆରଏସ୍ ନିରାକାର ମହାନ୍ତଙ୍କୁ କେନ୍ଦୁଝର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏମଏନ୍ଆରଏସ କାମ କରିବାକୁ ଜବକାର୍ଡ ନାଁରେ ରେଜିଷ୍ଟେସନ ପାରମେନ୍ଟ ମିତ୍ରଭାନୁ ମହାନ୍ତଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଛନ୍ତି।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସଂଧ୍ୟାରେ ଏକ ମଦ ଦୋକାନ ନିକଟରେ ସେ ନିରାକାରଙ୍କୁ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ଭିଜିଲାନ୍ସ ଟିମକୁ ଦେଖି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ କାବୁ କରିନେଇଥିଲେ। ତାଙ୍କଠୁ କେମିକାଲ ବୋଳା ଦୁଇ ହଜାର ଟଙ୍କା ଜବତ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।
Powered by Froala Editor