ଜୟପୁରରେ ଭାଲୁ ଆକ୍ରମଣ, ଜଣେ ଗୁରୁତର
କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ମାଛଗଡ ବନ ଖଣ୍ଡ ଅନ୍ତର୍ଗତ କୁଣ୍ଡଳା ପଞ୍ଚାୟତ ଜୟପୁର ଗ୍ରାମରେ ଆଜି ସକାଳେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜୟପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା (୪୦) ।
ସେ ଆଜି ସକାଳେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ତାଙ୍କୁ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ସେ ଚିତ୍କାର କରିବାରୁ ଆଖପାଖରେ ଲୋକେ ଦୌଡ଼ି ଆସିବାରୁ ଭାଲୁ ଟି ଜଙ୍ଗଲ କୁ ଚାଲିଯାଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Powered by Froala Editor