ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୨ ଯାଏ ଚାଲିବ
ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ଯାଏ ଚାଲିବ। ସାଧାରଣତଃ ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହୋଇଥାଏ ଓ ଏହା ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ଗତ ମୌସୁମୀ ଅଧିବେଶନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅଧାରୁ ବନ୍ଦ ହୋଇଯାଇଥିଲା। ବିରୋଧୀ ଦଳ ଗୁଡ଼ିକ ପେଗାସସ୍ ସ୍ପାଇୱେୟାର ଉପରେ ବିତର୍କ କରିବାକୁ ଦାବି କରିବାରୁ ସରକାର ଏଥିରେ ରାଜି ହୋଇ ନଥିଲେ। ଏହାକୁ ନେଇ ବେଶ କିଛି ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୧୧୫ଟି ନାମାଙ୍କନପତ୍ର ଦାଖଲ କରାଯାଇଛି। ଏନେଇ ରାଜ୍ୟ ସଭା ସାଧାରଣ ସମ୍ପାଦକ ପିସି ମୋଦି ଏକ ଖବରଦାତା ସମ୍ମିଳନୀ କରି ମୌସୁମୀ ଅଧିବେଶନ ସୂଚନା ଦେଇଛନ୍ତି।
Powered by Froala Editor