ୟୁପି ସରକାରଙ୍କ ନିର୍ଦ୍ଦେଶ : ଦାମୀ ମେଡିସିନ ଲେଖିପାରିବେନି ଡାକ୍ତର, ନହେଲେ କାର୍ଯ୍ୟାନୁଷ୍ଠାନ
ଡାକ୍ତରଖାନାରେ ଜେନେରିକ୍ ଔଷଧ ଲେଖିବା ବଦଳରେ ରୋଗୀଙ୍କୁ ଦାମିକିଆ ଔଷଧ ଲେଖୁଛନ୍ତି ଡାକ୍ତର। ଫଳରେ ରୋଗୀ ଔଷଧ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛି। ଏଥିପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଚେତିଛନ୍ତି ଉତ୍ତର ପ୍ରଦେଶ ସରକାର। ଏଥିପାଇଁ ଡାକ୍ତରମାନଙ୍କୁ ସତର୍କ କରାଇ ଦେଇଛନ୍ତି । ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶସ୍ତାରେ ଭଲ ଔଷଧ ଉପଲବ୍ଧ ଥିବାବେଳେ ଯଦି ଡାକ୍ତର କୌଣସି ଦାମୀ ମେଡ଼ିସିନ ଲେଖନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉତ୍ତରପ୍ରଦେଶର ଡାକ୍ତରମାନେ ଆଉ ପ୍ରେସକ୍ରିପସନରେ ବ୍ରାଣ୍ଡେଡ୍ ଏବଂ ମହଙ୍ଗା ଔଷଧ ଲେଖି ପାରିବେ ନାହିଁ । ଡାକ୍ତରମାନେ କେବଳ ଜେନେରିକ୍ ମେଡ଼ିସିନ ବା ଜେନେରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସ୍ୱାସ୍ଥ୍ୟ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଡାକ୍ତର ପ୍ରେସକ୍ରିପସନରେ ବ୍ରାଣ୍ଡେଡ୍ ଔଷଧ ଲେଖିବେ ନାହିଁ। ଏହି ନିର୍ଦ୍ଦେଶ ପାଇବା ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବାକୁ କୁହାଯାଇଛି। ତେବେ ବ୍ରାଣ୍ଡ ନାଁ ଲେଖିବା ବଦଳରେ ଔଷଧର ସଲ୍ଟ ଓ କେମିକଲ କମ୍ପୋଜିସନ ଲେଖିପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।
Powered by Froala Editor