ଜେଲରେ ନିଆଁ, ୫୧ କଏଦୀ ଦଗ୍ଧ

ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲୋମ୍ବିଆର ଏକ ଜେଲରେ ଅଭାବନୀୟ ଘଟଣା ଘଟିଛି । ରାଜଧାନୀ ବୋଗୋଟାରେ ଥିବା ଏକ ଜେଲରେ ଜଣେ କଏଦୀ ନିଆଁ ଲଗାଇଦେବାରୁ ୫୧ କଏଦୀ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟ ୨୪ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ତେବାସୀ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜିତ ହୋଇ ଜଣେ କଏଦୀ ବେଡ ଓ ଗଦିରେ ନିଆଁ ଲଗାଇ ଦେବା ଫଳରେ ଏପରି ଘଟଣା ଘଟିଛି ।
ନିଆଁ ଏତେ ମାତ୍ରାରେ ବ୍ୟାପିବାରେ ଲାଗିଥିଲା ଯେ, ଜେଲରେ ଥିବା କଏଦୀମାନେ ସେମାନଙ୍କ ସେଲରୁ ବାହାରି ପାରିନଥିଲେ । ନିଆଁ ଲିଭା କାର୍ୟ୍ୟ ଆରମ୍ଭ ହୋଇଥିଲେ ନିଆଁ ଆୟତ୍ତ ହେବା ବେଳକୁ ୫୧ କଏଦୀ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ । ଅନ୍ୟ ୨୪ ଗୁରୁତରଙ୍କୁ ଉଦ୍ଧାର କରିଥିଲେ ରେସ୍କ୍ୟୁ ଓ ଅଗ୍ନିଶମ ଟିମ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଚଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲୋମ୍ବିଆ ସରକାର ।
Powered by Froala Editor