ପୋପ୍ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭାଟିକାନ୍ ସିଟିରେ ପୋପ୍ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ପୋପ୍ଙ୍କ ଜୀବନ ଦର୍ଶନ ଉପରେ ଆଧାରିତ ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ସମୟରେ ସେ ପୋପଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନକାଳ ଭିତରେ ପ୍ରଥମ ଥର ପାଇଁ ଭାଟିକାନ୍ ସିଟି ଯାଇଥିବା ବେଳେ ଏହି ଅବସରରେ ପୋପଙ୍କୁ ସାକ୍ଷାତ କରିଛନ୍ତି। ଭାଟିକାନ ସିଟିରେ ଥିବା ବହୁ ଧର୍ମଯାଜକ ଓ ସିଷ୍ଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସେପେଟେ ପୋପ୍ଙ୍କୁ ନବୀନ ଭେଟିବା ନେଇ ସମାଲୋଚନା କରିିଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି, ଆଜି ଯାଏଁ କେବେବି ଶଙ୍କରାଚାର୍ୟ୍ୟଙ୍କୁ ଭେଟି ନାହାନ୍ତି ନବୀନ। ନବୀନ ପୁରୀକୁ ଭାଟିକାନ ସିଟି କରିବାକୁ ଚାହୁଁଥିବା ଆଗରୁ ତାଙ୍କ ସାଂସଦ ପିନାକୀ ମିଶ୍ର କହିଥିଲେ। ଯାହା ଏବେ ସନ୍ଦେହକୁ ଆସିଛି।
ସେହିଭଳି ପୋପଙ୍କୁ ଦର୍ଶନ କରି ନବୀନ କୌଣସି ଭୁଲ କରି ନାହାନ୍ତି ଏବଂ ଏହାକୁ ନେଇ ଭାବପ୍ରବଣ ରାଜନୀତି କରାନଯାଉ ବୋଲି କଂଗ୍ରେସ କହିଛି। ତେବେ ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ତେବେ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭେଟଘାଟ ବେଶ ଆଲୋଚନାର ବିଷୟ ହୋଇଛି।
Powered by Froala Editor