ପୁରୀକୁ ଗଡ଼ିବ ୨୦୫ ଟ୍ରେନ
ଭୁବନେଶ୍ଵର : ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍। ଯାତ୍ରୀଙ୍କ ପାଇଁ ହେବ ମୋବାଇଲ୍ ଟିକେଟ୍ ବ୍ୟବସ୍ଥା। ଏନେଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।
ରେଳ ମନ୍ତ୍ରୀ ପୁଣି କହିଛନ୍ତି ଯେ, ପୁରୀ ବିଶ୍ଵସ୍ତରୀୟ ଷ୍ଟେସନ ପାଇଁ ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇବର୍ଷ ମଧ୍ୟରେ ଶେଷ କରାଯିବ। ବିଶ୍ଵସ୍ତରୀୟ ଷ୍ଟେସନ ବିଲ୍ଡିଂ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା ରହିଛି। ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଂ ନିର୍ମାଣ ହେବ। ପୁରୀରେ ବିମାନବନ୍ଦର ହେଉଥିବାରୁ ପୁରୀ-ଭୁବନେଶ୍ଵର ପାଇଁ ବିଶ୍ଵସ୍ତରୀୟ ଟ୍ରେନ୍ ଚଳାଚଳ କରାଯିବ।
ବଦଳିବ ପୁରୀ ରେଳ ଷ୍ଟେସନର ଚିତ୍ର। ବିଶ୍ଵସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ। ପୂର୍ବରୁ ଘୋଷଣା ହୋଇଥିବା ୧୬୧ କୋଟି ୫୧ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ ଏହାର ଅନୁଧ୍ୟାନ କରିଛନ୍ତି । ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚି ଭିତ୍ତିଭୂମି ତଦାରଖ କରିବା ସହ ପ୍ରକଳ୍ପ କାମର ନକ୍ସା ବୁଲି ଦେଖିଥିଲେ ରେଳ ମନ୍ତ୍ରୀ। ଏହି ସମୟରେ ରେଳବାଇ ଅଧିକାରୀମାନେ ତାଙ୍କୁ ନବନିର୍ମିତ ପ୍ଲାଟଫର୍ମ, ଯାତ୍ରୀ ରହଣି ସ୍ଥଳ, ଏସକେ ଲେଟର, ଲିଫ୍ପ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ହେବା ନେଇ ଅବଗତ କରାଇଥିଲେ।
Powered by Froala Editor