ଆଜି ଦାୟିତ୍ୱ ନେବେ ନୂଆ ବିଏମସି କମିଶନର
ଭୁବନେଶ୍ୱର: ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ଭାବେ ବିଜୟ ଅମୃତ କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ବିଏମ୍ସି କାର୍ୟ୍ୟାଳୟରେ ପହଞ୍ଚି ଦାୟିତ୍ୱ ନେବେ ।
ବିଏମ୍ସିର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ । ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ବି ହୋଇଛି । ପୂର୍ବରୁ କମିଶନର ଥିବା ସଞ୍ଜୟ କୁମାର ସିଂହଙ୍କ ଠାରୁ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Powered by Froala Editor