ରାଜଧାନୀରେ ତେଜିପାରେ ଅଗ୍ନିପଥର ନିଆଁ : ହାଇ ଆଲର୍ଟ ଜାରି
ଭୁବନେଶ୍ବର: ରାଜଧାନୀରେ ତେଜିପାରେ ଅଗ୍ନିପଥର ନିଆଁ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଭୁବନେଶ୍ବରରେ ପ୍ରତିବାଦ ହେବା ନେଇ ସ୍ପେଶାଲ ଇଣ୍ଟେଲିଜେନସ ପକ୍ଷରୁ ସୂଚନା ମିଳିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସହରରେ ହାଇ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ବରରେ କମିସନରେଟ ପୋଲିସ ସହ ଷ୍ଟ୍ରାଇକି ଫୋର୍ସ ଆଲର୍ଟ ରହିଛନ୍ତି । ବିଭିନ୍ନ ଛକ ଓ ଟ୍ରାଫିକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ ଥାନା ଓ ଏସିପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି । ବିଶେଷ କରି ଭୁବନେଶ୍ୱର ଷ୍ଟେସନସକୁ ହାଇ ଆଲର୍ଟ ଜାରି କରାଯାଇଛି । ଷ୍ଟେସନ ବାହାରେ ଓ ଭିତରେ ବ୍ୟାପକ ଫୋର୍ସ ସହ ଆରପିଏଫ ଅଧିକାରୀ ବନ୍ଧୁକ ସହ ମୁତୟନ ହୋଇଛନ୍ତି ।ରେଳ ଷ୍ଟେସନରେ ଗୋଟିଏ ପ୍ଲାଟୁନଫୋର୍ସ ଆଲର୍ଟ ରହିଥିବାବେଳେ, କମିସନରେଟ ପୋଲିସର ବ୍ୟାପକ ଫୋର୍ସଙ୍କୁ ଆଲର୍ଟ କରାଯାଇଛି । ଭୁବନେଶ୍ୱର କମିସନରେଟ ପୋଲିସ ପକ୍ଷରୁ ମୋଟ ୧୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଆର୍ମି କ୍ୟାମ୍ପକୁ ମଧ୍ୟ କଡା ସୁରକ୍ଷା ଦିଆଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
Powered by Froala Editor