ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ, ୨ ମୃତ
ନୂଆପଡ଼ା: ନୂଆପଡ଼ା ଜିଲ୍ଳା ଏନ୍ଏଚ୍- ୩୫୩ କୁରୁମପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଲଖନା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିିଳିଛି।
ସୂଚନା ମୁତାବକ, ନୂଆପଡ଼ା ଖରଖରା ନାଲାରୁ କାମସାରି ଫେରୁଥିଲା ଟ୍ରାକ୍ଟର । କୁରୁମପୁରୀ ନିକଟରେ ଟ୍ରାକ୍ଟରକୁ ପଛରୁ ମାଲ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଜୋର ଦାର ହୋଇଥିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ଧୁମାଭଟା ଗାଁର କୁରକୁରୁ ନିଆଲ ଓ ପଣ୍ଡରାପଥର ଗାଁର ଭାଗିରଥୀ ସତନାମି ।
ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣଙ୍କ ଛାତିରେ ପାଇପ ପଶି ଯାଇଥିଲା । ପାଇପ କାଟି ତାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।
Powered by Froala Editor